Gold Rate: ସୁନା ଦରକୁ ନେଇ ଆସିଲା ତାଜା ଅପଡେଟ । ଦାମ ଶୁଣି ଖୁସି ହେବା ସୁନିଶ୍ଚିତ! ଜଲଦି କିଣନ୍ତୁ ନିଜ ମନ ପସନ୍ଦର ଗହଣା ।

ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ । ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୦୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୧୭୦ ଟଙ୍କା ହୋଇଛି ।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୫୦ ଟଙ୍କା ଟଙ୍କା ଓ ୬୧,୬୯୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୫୫୦ଟଙ୍କା ଓ ୬୧,୬୯୦ ଟଙ୍କା ଥିବା ରେକର୍ଡ ହୋଇଛି ।
ନୂଆଦିଲ୍ଲୀରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ଦାମ ଯଥାକ୍ରମେ ୫୬,୭୦୦ ଟଙ୍କା ଓ ୬୧,୮୪୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୭,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୮୫୦ ଟଙ୍କା ଥିବା ରେକର୍ଡ ହୋଇଛି ।
କୋଲକାତାରେ ସୁନା ଦର ଯଥାକ୍ରମେ ୫୬,୫୫୦ ଟଙ୍କା ଓ ୬୧,୬୯୦ ଟଙ୍କା ରହିଛି।
ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୫,୦୦୦ଟଙ୍କା ରହିଛି।
Source link